ଭାଙ୍ଗର ଆଂଦୋଳନର ସମର୍ଥକ ଡାକ୍ତର ରାତୁଲ ବାନାର୍ଜୀ ଓ ଅନ୍ୟ ଚାରିଜଣଙ୍କ ଗିରଫକୁ ନିନ୍ଦା ‘ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ’, ଓଡିଶା ଏଠାରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ଵାରା ଯେଉଁଭଳି ଦମନମୂଳକ ନୀତି ଆପଣାଇ ଭାଙ୍ଗର ଆଂଦୋଳନର ଦୃଢ ସମର୍ଥକ ତଥା ଜନ ସ୍ୱାସ୍ଥ୍ୟ ଆନ୍ଦୋଳନର ସଦସ୍ୟ ଡାକ୍ତର ରାତୁଲ ବାନାର୍ଜୀଙ୍କ ସମେତ ଚାରିଜଣଙ୍କୁ ଗିରଫ କାରାଗଲା ତାହାର ଦୃଢ ନିନ୍ଦା କରୁଛି । ରାତୁଲ ବାନାର୍ଜୀଙ୍କୁ ଗଲା ଏପ୍ରିଲ 08 , 2018 ତାରିଖରେ କଲିକତାର ବେଲଘରିଆ ଅଞ୍ଚଳରୁ ‘ ଦେଶ ଦ୍ରୋହ ’ ଓ ଅନ୍ୟାନ୍ୟ ଅପରାଧରେ ଗିରଫ କରାଯାଇଛି । ସେ ଶ୍ରମଜୀବୀ ସ୍ୱାସ୍ଥ୍ୟ ଉଦ୍ୟୋଗ ସହିତ ମଧ୍ୟ ଜଡିତ । ଗଲା କିଛି ବର୍ଷ ହେଲା ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଭାଙ୍ଗର ଅଞ୍ଚଳର ପାୱାର ଗ୍ରୀଡ କର୍ପୋରେସନର ପ୍ରସ୍ତାବିତ ଗ୍ରୀଡ ଷ୍ଟେସନ ପାଇଁ ପ୍ରଭାବିତ ହେବାକୁ ଥିବା 12 ଖଣ୍ଡ ଗ୍ରାମର ସ୍ଥାନୀୟ ଚାଷୀ ଓ କ୍ଷୁଦ୍ର ବେପାରୀ ପାୱାର ଗ୍ରୀଡ ସ୍ଥାପନ ବିରୁଦ୍ଧରେ ଲଢେଇ କରିଆସୁଛନ୍ତି । ଏଥିପାଇଁ ପଶ୍ଚିମ ବଙ୍ଗ ସରକାର ଦମନମୂଳକ ନୀତି ଆପଣାଇ ସ୍ଥାନୀୟ ବାସିନ୍ଦାଙ୍କୁ ଗିରଫ କରିବା ସହିତ ଗଲା ଜାନୁଆରୀ 14 , 2018ରେ ପୁଲିସ ଗୁଳି ଚଳାଇବା ହେତୁ ଦୁଇଜଣ ସ୍ଥାନୀୟ ବାସିନ୍ଦା ମୃତ୍ୟୁ ବରଣ କରିଛନ୍ତି । ଏହା ପୂର୍ବରୁ ସିପିଆଇ(ଏମଏଲ) ରେଡ ଷ୍ଟାର ଯେଉଁମାନେକି ଭାରତୀ...