ଜାମ୍ମୁ ଓ କାଶ୍ମୀର ରାଜ୍ୟ କଠୁଆ ଅଞ୍ଚଳର ଆଠ ବର୍ଷର ଝିଅର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ‘ଗାସ’ର ନିନ୍ଦା
ଏହା ପୂର୍ବରୁ ଉତ୍ତରପ୍ରଦେଶର ଉନ୍ନାଓ ଠାରେ
ଶାସକ ବିଜେପି ଦଳର ଏମଏଲଏ ସଦସ୍ୟଙ୍କ ଭାଇ ଓ ତାଙ୍କ ଗୁଣ୍ଡା ବାହିନୀ ଦ୍ୱାରା ଝିଅକୁ ଦୁଷ୍କର୍ମ
କରିବା ଓ ଅଭିଯୋଗ କରିବା ହେତୁ ତାଙ୍କର ପିତାଙ୍କୁ ଅତି ନିର୍ମମ ଭାବରେ ପୁଲିସର ସମ୍ମୁଖରେ
ହସପିଟାଲରେ ମାଡ ମାରିବା ଯାହା ହେତୁ ପୁଲିସ ହାଜତରେ ତାଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ରାଜ୍ୟ
ସରକାର କୌଣସି କାର୍ଯ୍ୟନୁଷ୍ଠାନ ନେଇନଥିଲେ । ପରେ ଆଲ୍ଲାହାବାଦ ହାଇକୋର୍ଟର ହସ୍ତକ୍ଷେପ ପରେ
ବିଜେପି ଏମଏଲଏ ଓ ତାଙ୍କ ଭାଇଙ୍କୁ ଗିରଫ କରାଗଲା ।
ଏହା ପୂର୍ବରୁ ଓଡିଶାରେ କୋରାପୁଟ ଜିଲ୍ଲାରେ
କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ତଦନ୍ତକୁ ଠିକ ଭାବରେ କରାନଯିବା ହେତୁ ପୀଡ଼ିତା ଜଣକ ଆତ୍ମହତ୍ୟା
କରିଥିଲେ । ଶାସନରେ ଥିବା ବ୍ୟକ୍ତିମାନଙ୍କ ବିପକ୍ଷରେ ଅଭିଯୋଗ ଆସିଲେ ଏହାର ତଦନ୍ତକୁ ଯେଉଁ ଭଳି
ପ୍ରଭାବିତ କରାଯାଉଛି ଏ ଦିଗରେ ଦେଶର ଆଇନର ସଂଶୋଧନ ଜରୁରୀ ।
ଏଠାରେ ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା’ ଦାବୀ କରେ କି;
- ଜାମ୍ମୁ ଓ କାଶ୍ମୀର ରାଜ୍ୟରେ କଠୁଆ, ଉତ୍ତର ପ୍ରଦେଶର ଉନ୍ନାଓ ତଥା ଓଡିଶାର କୁନ୍ଦୁଲି ଘଟଣାର ଉପଯୁକ୍ତ ତଦନ୍ତ ସହିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ଓ ଏହାର ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯାଉ ।
- ଜାମ୍ମୁ ଓ କାଶ୍ମୀର ତଥା ଉତ୍ତରପ୍ରଦେଶ ଭଳି ଘଟଣା ଯେଉଁଠି ଏମପି ଓ ଏମଏଲଏ ଘଟଣାରେ ପରୋକ୍ଷ ଅଥବା ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜ୍ଜୁ କରାଯାଉ ।
- ଧାର୍ମିକ ବିଦ୍ଵେଷକାରୀ ‘ହିନ୍ଦୁ ଏକତା ମଞ୍ଚ’ର ସଦସ୍ୟଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ ।
- ଉଭୟ କେନ୍ଦ୍ର ଓ ଅନ୍ୟ ସମସ୍ତ ରାଜ୍ୟର ସରକାରୀ ସଦସ୍ୟମାନେ ଅପରାଧରେ ସମ୍ପୃକ୍ତ ରହିଲେ ଏହାର ତଦନ୍ତ ପାଇଁ ନିରପେକ୍ଷ ତଦନ୍ତ ସଂସ୍ଥା ଗଠନ କରାଯାଉ ।
ଗୋଲକ ବିହାରୀ ନାଥ
ସଭାପତି
Comments
Post a Comment