‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ’, ଓଡିଶାର ଏକ ତିନି ଜଣିଆ ପ୍ରତିନିଧି ଦଳ ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନଏସିର ୱାର୍ଡ
ନମ୍ବର ପାଞ୍ଚ ଅନ୍ତର୍ଗତ କୁହି ଓ ପୋଡାବଲଙ୍ଗ ଗ୍ରାମକୁ ଗଲା 05 ଏପ୍ରିଲ 2018ରେ ଗସ୍ତ କରିଥିଲେ
। ଉଭୟ ଗ୍ରାମରେ ଇତି ମଧ୍ୟରେ କିଡନି ଜନିତ ରୋଗରେ 20 ଜଣଙ୍କ ମୃତ୍ୟୁ ହୋଇସାରିଥିଲା ବେଳେ
ଏବେ 10 ଜଣ ଗ୍ରାମବାସୀ ଉକ୍ତ ରୋଗରେ ଆକ୍ରାନ୍ତ ଅଛନ୍ତି । ଆମର ଦଳ ଭେଟି ଥିବା କୁହି ଗ୍ରାମର କିଡନି ଆକ୍ରାନ୍ତ ଅରୁଣ ମିର୍ଦ୍ଧା (ବୟସ 6୨) କୁହନ୍ତି, “ପ୍ରାୟେ 10 ବର୍ଷ ତଳେ ଜ୍ଵର ଓ ବାନ୍ତି ହେବା ହେତୁ ବୁର୍ଲା ମେଡିକାଲ
କଲେଜକୁ ଘର ଲୋକ ନେଇଗଲେ । ସେଠାରେ ଡାକ୍ତର ରକ୍ତ
ପରୀକ୍ଷା କରି କହିଲେ କିଡନି ଖରାପ ହୋଇଯାଇଛି । ସେବେଠାରୁ ମେଡ଼ିସିନ ଖାଉଥିଲି
। ପ୍ରତିମାସରେ 3000 ରୁ 4000 ଟଙ୍କାର ମିଡ଼ିସିନ ଖାଇଲା ପରେ ଏବେ ଆର୍ଥିକ ଅସୁବିଧା ହେତୁ 10
ମାସ ହେଲା ମେଡ଼ିସିନ ଖାଇବା ବନ୍ଦ କରିଦେଇଛି।” ଏକ ଏକର ଜମିରେ ଗୁଜୁରାଣ
ମେଣ୍ଟାଉଥିବା ଅରୁଣ ମିର୍ଦ୍ଧା ଗଲା 2 ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ମାସକୁ ୩୦୦ ଟଙ୍କା
ପାଉଛନ୍ତି ଓ ତାଙ୍କର ସ୍ତ୍ରୀ ଦିନ ମଜୁରୀ କରି ଘର ଚଳାଉଛନ୍ତି । ସେହିପରି କୁହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ (35 ବର୍ଷ) ଗଲା 23 ମେ’ 2017 ତାରିଖରେ କିଡନି ଅକାମି ହୋଇଯିବା ହେତୁ ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ପତ୍ନୀ ମମତା ସାହୁ କୁହନ୍ତି, “ପ୍ରଥମେ
ବାନ୍ତି ହେଲା ଓ ବୁର୍ଲାରୁ ମେଡ଼ିସିନ ଖାଉଥିଲେ । ସେଥିରେ ନକମିବାରୁ 5 ଥର ଡାଏଲେସିସ ହୋଇଥିଲା
।” ଏବେ ମମତା ଗଲା ଦୁଇ ମାସ ହେଲା ମାସକୁ ୩୦୦ ଟଙ୍କା ବିଧବା ଭତ୍ତା ପାଉଛନ୍ତି
ଓ ସେ ନିଜେ ନିର୍ମାଣ ଶ୍ରମିକ ଭାବରେ ରାସ୍ତା କାମ କରି ନିଜର ଦୁଇ ଛୁଆଙ୍କୁ ପାଳୁଛନ୍ତି । ସେହିପରି ପୋଡାବଲଙ୍ଗ ଗ୍ରାମର ପୀଡିତ ସୌରା ବିଶ୍ଵାଳଙ୍କ ପତ୍ନୀ ବିମଳା ବିଶ୍ଵାଳ କୁହନ୍ତି, “ମାସକୁ ମାସ 7000 ଟଙ୍କାର ମେଡ଼ିସିନ ଖର୍ଚ୍ଚ
କରିବା ହେତୁ ସ୍ଵାମୀ ମୋର ଦୁଇ ବର୍ଷ ହେଲା ବଞ୍ଚିଛନ୍ତି।” ସୌରଙ୍କର ମାତ୍ର ତିନି ଏକର ଜମି ଅଛି ଓ ପୁଅ ଡ୍ରାଇଭର ହେତୁ ସେହି
ଦରମାରେ ବାପା ତାଙ୍କର ଚିକିଶ୍ଚିତ ହେଉଛନ୍ତି । ଆମର ଦଳ ରେଢାଖୋଲ ଏନଏସି ଅନ୍ତର୍ଗତ ସ୍ୱାସ୍ଥ୍ୟ ଓ ପରିମଳ ବିଭାଗର ଜୁନିୟର ଇଞ୍ଜିନୀୟର ଓ ଏସଡ଼ିଓଙ୍କୁ
ଭେଟିବାକୁ ଚେଷ୍ଟା କରିଥିଲା। ମାତ୍ର ସେମାନେ ଅନୁପସ୍ଥିତ
ଥିଲେ । ରେଢାଖୋଲ ଏନଏସି ଅନ୍ତର୍ଗତ ଏଏନଏମଙ୍କ ଠାରୁ ଦଳ ଜାଣିବାକୁ ପାଇଥିଲା ଯେ ଯଦିଓ ଗଲା ବର୍ଷ ପାଣିର
ପରୀକ୍ଷା କରାଯାଇଛି କୁହାଯାଉଛି ମାତ୍ର ତାଙ୍କ ପାଖରେ ରିପୋର୍ଟ ନାହିଁ ।
ଏଠାରେ ‘ଗଣତାନ୍ତ୍ରିକ ଅଧିକାର
ସୁରକ୍ଷା ସଂଗଠନ’ ଦାବୀ କରେ କି,
କ) ରେଢାଖୋଲ ଏନଏସି ଅନ୍ତର୍ଗତ କୁହି ଓ ପୋଡାବଲଙ୍ଗର ଗ୍ରାମର
ବୋରିଙ୍ଗ ପାଣିକୁ ପରୀକ୍ଷା କରାଯାଇ ଏହାର ରିପୋର୍ଟକୁ ସାର୍ବଜନୀନ କରାଯାଉ । ଖ) ରେଢାଖୋଲ ଅଞ୍ଚଳରେ କିଡନି ଜନିତ ବେମାରୀ
ବଢୁଥିବା ହେତୁ ଏନଏସି ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଫ୍ରୋଲୋଜି ବିଭାଗ ଖୋଲାଯାଇ ଅନ୍ତତଃ ୧୫ ଦିନରେ
ଥରେ ସ୍ୱାସ୍ଥ୍ୟ ଶିବିର ବିଶେଷଜ୍ଞଙ୍କ ଦ୍ଵାରା କରାଯାଉ । ଗ) ଲୋକଙ୍କ ଆର୍ଥିକ ଉନ୍ନତି ଲାଗି ଏମଏନଆରଇଜିଏସ ଭଳି ଯୋଜନାକୁ କାର୍ଯ୍ୟକାରୀ କରାଯାଉ।
ଉକ୍ତ ଦଳରେ ଜ୍ଞାନ ରଞ୍ଜନ,
ଶ୍ରୀମନ୍ତ ମହାନ୍ତି ଓ ଦେବ ରଞ୍ଜନ ସଦସ୍ୟ ଥିଲେ ।
Comments
Post a Comment