ଭାଙ୍ଗର ଆଂଦୋଳନର ସମର୍ଥକ ଡାକ୍ତର ରାତୁଲ
ବାନାର୍ଜୀ ଓ ଅନ୍ୟ ଚାରିଜଣଙ୍କ ଗିରଫକୁ ନିନ୍ଦା
‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ’, ଓଡିଶା ଏଠାରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ଵାରା
ଯେଉଁଭଳି ଦମନମୂଳକ ନୀତି ଆପଣାଇ ଭାଙ୍ଗର ଆଂଦୋଳନର ଦୃଢ ସମର୍ଥକ ତଥା ଜନ ସ୍ୱାସ୍ଥ୍ୟ ଆନ୍ଦୋଳନର
ସଦସ୍ୟ ଡାକ୍ତର ରାତୁଲ ବାନାର୍ଜୀଙ୍କ ସମେତ ଚାରିଜଣଙ୍କୁ ଗିରଫ କାରାଗଲା ତାହାର ଦୃଢ ନିନ୍ଦା
କରୁଛି । ରାତୁଲ
ବାନାର୍ଜୀଙ୍କୁ ଗଲା ଏପ୍ରିଲ 08, 2018 ତାରିଖରେ
କଲିକତାର ବେଲଘରିଆ ଅଞ୍ଚଳରୁ ‘ଦେଶ
ଦ୍ରୋହ’ ଓ ଅନ୍ୟାନ୍ୟ ଅପରାଧରେ ଗିରଫ କରାଯାଇଛି। ସେ ଶ୍ରମଜୀବୀ ସ୍ୱାସ୍ଥ୍ୟ ଉଦ୍ୟୋଗ ସହିତ ମଧ୍ୟ
ଜଡିତ । ଗଲା
କିଛି ବର୍ଷ ହେଲା ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଭାଙ୍ଗର ଅଞ୍ଚଳର ପାୱାର ଗ୍ରୀଡ
କର୍ପୋରେସନର ପ୍ରସ୍ତାବିତ ଗ୍ରୀଡ ଷ୍ଟେସନ ପାଇଁ ପ୍ରଭାବିତ ହେବାକୁ ଥିବା 12 ଖଣ୍ଡ ଗ୍ରାମର ସ୍ଥାନୀୟ
ଚାଷୀ ଓ କ୍ଷୁଦ୍ର ବେପାରୀ ପାୱାର ଗ୍ରୀଡ ସ୍ଥାପନ ବିରୁଦ୍ଧରେ ଲଢେଇ କରିଆସୁଛନ୍ତି । ଏଥିପାଇଁ ପଶ୍ଚିମ ବଙ୍ଗ ସରକାର ଦମନମୂଳକ ନୀତି
ଆପଣାଇ ସ୍ଥାନୀୟ ବାସିନ୍ଦାଙ୍କୁ ଗିରଫ କରିବା ସହିତ ଗଲା ଜାନୁଆରୀ 14, 2018ରେ ପୁଲିସ ଗୁଳି ଚଳାଇବା ହେତୁ ଦୁଇଜଣ ସ୍ଥାନୀୟ
ବାସିନ୍ଦା ମୃତ୍ୟୁ ବରଣ କରିଛନ୍ତି ।
ଏହା ପୂର୍ବରୁ ସିପିଆଇ(ଏମଏଲ) ରେଡ ଷ୍ଟାର ଯେଉଁମାନେକି ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ନିର୍ବାଚନ ଲଢିବା ଲାଗି ପଞ୍ଜୀକୃତ ସେହି ପାର୍ଟିର ଦୁଇ ବରିଷ୍ଠ ସଦସ୍ୟଙ୍କୁ ‘ଦେଶଦ୍ରୋହ’ ଅପରାଧରେ ସେଠାର ସରକାର ଗିରଫ କରିଥିଲେ । ଏବେ ସେମାନେ ଜାମିନରେ ଆସିଛନ୍ତି । ଏଠାରେ ଉଲ୍ଲେଖ କରିବା ଉଚିତ ହେବା ଯେ ଓଡିଶା ସରକାର ଯେଉଁଭଳି ଆଦିବାସୀଙ୍କୁ ମିଥ୍ୟା କେଶରେ ଗିରଫ କରୁଛନ୍ତି ସେଥିରେ ଆଦିବାସୀଙ୍କ ପକ୍ଷ ନେଇ ଲଢିବା ହେତୁ ଗଲା ଜାନୁଆରୀ 26, 2018 ତାରିଖରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବରିଷ୍ଠ ଓକିଲ ଉପେନ୍ଦ୍ର ନାୟକଙ୍କୁ ଏହିଭଳି ‘ଦେଶଦ୍ରୋହ’ ଅପରାଧରେ ଗିରଫ କରାଯାଥିଲା । ରାଜ୍ୟ ରାଜ୍ୟ ଭିତରେ ପାର୍ଟି ଭିନ୍ନ ହୋଇଥାଇ ପାରେ ମାତ୍ର ସାଧାରଣ ଚାଷୀ, ଆଦିବାସୀ, ଦଳିତ ଓ ମହିଳାଙ୍କ ନିଜସ୍ଵ ସାମ୍ବିଧାନିକ ଅଧିକାର ପାଇଁ ଲଢେଇକୁ ସରକାର ଗଣ ସମାନ ଆଭିମୁଖ୍ଯ ନେଇ କେବଳ ଦମନ କରୁନାହାନ୍ତି ସେହି ବିରୋଧର ସ୍ଵରକୁ ସମର୍ଥନ ଜଣାଉଥିବା ସମର୍ଥକ ଓ ମାନବିକ ଅଧିକାର ଆଂଦୋଳନର କର୍ମୀ ମାନଙ୍କୁ ମଧ୍ୟ ମିଥ୍ୟା ଅଭିଯୋଗରେ ଗିରଫ କରୁଛନ୍ତି। ଏଠାରେ ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ’, ଓଡିଶା ଡାକ୍ତର ରାତୁଲ ବାନାର୍ଜୀଙ୍କ ଗିରଫକୁ ନିନ୍ଦା କରିବା ସହିତ ତାଙ୍କର ନିଃସର୍ତ୍ତ ମୁକ୍ତି ଦାବୀ କରୁଛି ।

ଦେବ ରଞ୍ଜନ
ସାଧାରଣ
ସମ୍ପାଦକ
Comments
Post a Comment