Skip to main content

ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ମାସକୁ 300 ଟଙ୍କା ବଦଳରେ 2000 ଟଙ୍କା କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ




ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା
Ganatantrik Adhikar suraksha Sangathan, Odisha
                                                          ପ୍ରେସ ବିଜ୍ଞପ୍ତି                                   ତାରିଖ : 04 ମେ 2018

ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ମାସକୁ 300 ଟଙ୍କା ବଦଳରେ 2000 ଟଙ୍କା କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ
          ରାଜ୍ୟରେ ପ୍ରାୟେ 30 ଲକ୍ଷ ପାଖାପାଖି ଅସହାୟ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ବିଧବା ମହିଳା କ୍ରମଶଃ ଅନାହାର ଓ ରୋଗାକ୍ରାନ୍ତ ଅବସ୍ଥାରେ ପଡିଥିଲା ବେଳେ ରାଜ୍ୟ ସରକାରଙ୍କ ବିମୁଖତାକୁ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ’, ଓଡିଶା ଦୃଢ ନିନ୍ଦା କରୁଛି କୌଣସି ସମାଜ ଏହାର ପୂର୍ବ ପୀଢିର ଅବଦାନକୁ ଅସ୍ଵୀକାର କରି ନିଜକୁ ସଭ୍ୟ ପ୍ରତିପାଦିତ କରିପାରିବ ନାହିଁ ଏହାକୁ ସମ୍ମାନ ଦେଇ ସମ୍ବିଧାନର ଧାରା 47ରେ ପ୍ରାବଧାନ ରହିଲା ଯେ ପ୍ରତ୍ୟେକ ନାଗରିକ ଯେ ଭଳି ପୁଷ୍ଟିକର ଖାଦ୍ୟ ପାଇପାରିବେ, ଜୀବନର ମାନରେ ବୃଦ୍ଧି ଘଟିବା ସହିତ ସ୍ୱାସ୍ଥ୍ୟର ବିକାଶ ଯେପରି ଘଟିବ ସେଥିଲାଗି ସରକାର ପ୍ରାଥମିକତା ଦେବେ ମାତ୍ର ରାଜ୍ୟ ସରକାର ଅତି ଅବିଶ୍ଵସନୀୟ ଭାବରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ମାତ୍ର 300 ଟଙ୍କା ମଧ୍ୟରେ ଗଲା 7 ବର୍ଷ ହେଲା ସୀମତ ରଖିଛନ୍ତି ଅନୁମାନ କରାଯାଉଥିଲା ଯେ କେନ୍ଦ୍ର ସରକାରଙ୍କ ସପ୍ତମ ବେତନ କମିଶନକୁ ରାଜ୍ୟ ସରକାର ଲାଗୁ କରିବା ସମୟରେ ଏପରିକି ବିଧାନସଭାରେ ନିର୍ବାଚିତ ସଦସ୍ୟମାନେ ନିଜର ଦରମାର ବୃଦ୍ଧି ଲାଗି ନିଷ୍ପତ୍ତି ନେବା ସମୟରେ ସାମାଜିକ  ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ଭତ୍ତାର ବୃଦ୍ଧି କରିବେ ମାତ୍ର ତାହା ହେଲା ନାହିଁ  
          ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନା ଅନୁସାରେ ପ୍ରତ୍ୟେକ ବୃଦ୍ଧ ବୃଦ୍ଧା ଯେଉଁମାନେ ଦାରିଦ୍ରା ସୀମା ରେଖା ତଳେ ଅଛନ୍ତି ଅଥବା ଯେଉଁମାନଙ୍କ ବାର୍ଷିକ ଆୟ 24,000 ଟଙ୍କାରୁ କମ ସେହିମାନେ ଉକ୍ତ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ଅର୍ଥାତ ମାସକୁ ଦୁଇହାଜର ଟଙ୍କାର ଏକ ସୀମା ରେଖା ରାଜ୍ୟ ସରକାର ନିଜେ ଟାଣିଲା ପରେ ଏହାକୁ ପୁଣି ନିଜେ 300 ଟଙ୍କା ମଧ୍ୟରେ ସୀମିତ ରଖିବା ଅତ୍ୟନ୍ତ ଦୁଃଖର କଥା ଏଠାରେ ସୁଚିତ କରୁଛୁ ଯେ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗନାରେ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ମାସିକ 1000 ଟଙ୍କା ଓ ଭିନ୍ନକ୍ଷମ ଭତ୍ତା 1500 ଟଙ୍କା, ପଶ୍ଚିମ ବଙ୍ଗରେ ସମସ୍ତ ଭତ୍ତା ମାସିକ 750 ଟଙ୍କା, ହରିୟାନାରେ ମାସିକ 1200 ଟଙ୍କା, କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ 1000 ଟଙ୍କା, ଦିଲ୍ଲୀରେ ଏହା ମାସକୁ 2000 ଟଙ୍କା ଇତ୍ୟାଦି ଥିଲା ବେଳେ ଓଡିଶାରେ ଏହା 300 ଟଙ୍କା ମଧ୍ୟରେ ସୀମିତ ରହିଛି
          ରାଜ୍ୟ ସରକାର ଯେଉଁ ଗରିବ ସୀମାରେଖାର ସର୍ତ୍ତ ରଖିଛନ୍ତି ସେହି ରେଖା ଏବେ ଅସ୍ପଷ୍ଟ ତେନ୍ଦୁଲକର କମିଟି ରିପୋର୍ଟ ଅନୁସାରେ 2011 -12 ମସିହାରେ ଗ୍ରାମାଞ୍ଚଳରେ ମାସିକ 695 ଟଙ୍କା ଓ ସହରାଞ୍ଚଳରେ ମାସିକ 861 ଟଙ୍କାରୁ କମ ବ୍ୟୟ କରୁଥିବା ବ୍ୟକ୍ତିକୁ ଦାରିଦ୍ରା ସୀମାରେଖା ତଳେ ଧରାଯାଉଥିଲା (source: Economic Survey of Odisha, 2017-18) ଏହାକୁ ଏବେ 2016-17ର ମୁଦ୍ରାସ୍ଫୀତି ଅନୁସାରେ ଦେଖିଲେ ଯଥାକ୍ରମେ ହେବ 843 ଟଙ୍କା ଓ 1008 ଟଙ୍କା ହେବ (source: ‘Universal Basic Income, 2016-17 by Govt. of India) ମାତ୍ର ରାଜ୍ୟ ସରକାର 300 ଟଙ୍କା ଦେଇ ଚାଲିଛନ୍ତି ଏ ସମ୍ପର୍କରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅନ୍ତର୍ଗତ କୁହି ଗ୍ରାମକୁ କିଡନୀ ଜନିତ ମୃତ୍ୟୁର ତଥ୍ୟାନୁସନ୍ଧାନ ସମୟରେ ଆମର ଦଳ ଦେଖିବାକୁ ପାଇଲା ଯେ ଆଦିବାସୀ ବୃଦ୍ଧ ଅରୁଣ ମିର୍ଦ୍ଧା ବାର୍ଦ୍ଧକ୍ୟ ଭତ୍ତା ଯଥେଷ୍ଟ ହେଉନଥିବା ହେତୁ ନିଜର ଔଷଦ ଖାଇବା ବନ୍ଦ କରିଦେଇଛନ୍ତି ଭୁବନେଶ୍ବର ନିକଟସ୍ଥ ପଥରଗାଡିଆ ଗ୍ରାମର ରାଧୁ ବେହେରାଙ୍କ ମତରେ, ଯେଉଁଠି ମାସକୁ ଅତିକମରେ 2000 ଟଙ୍କା ଦରକାର ସେଠି ମାସକୁ 300 ଟଙ୍କା କେଉଁ କୁଳକୁ ହେବ? ଔଷଦ କିଣାରେ ସବୁ ଖର୍ଚ୍ଚ ହୋଇଯାଉଛି ଆମର ତଥ୍ୟାନୁସନ୍ଧାନ ସମୟରେ ମାଲକାନଗିରି ଜିଲ୍ଲା ଠାରୁ ଯାଜପୁରର ନଗଡା ପର୍ଯ୍ୟନ୍ତ ସବୁଠାରେ ସ୍ୱଳ୍ପ ବାର୍ଦ୍ଧକ୍ୟ ଭତ୍ତା ଉପରେ ନିର୍ଭର କରୁଥିବା ବୃଦ୍ଧ ବୃଦ୍ଧାଙ୍କୁ ଆମର ଦଳ ଭେଟିଛି ଓ ସେମାନେ ନିଜର ଦୁଃଖ ପ୍ରକାଶ କରିଛନ୍ତି  
          ଏବେ ରାଜ୍ୟ ସରକାରଙ୍କ ନିକଟରେ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ’, ଓଡିଶା ଦାବୀ କରେ କି;
-         ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ଭଳି ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଅନୁନ୍ୟ ମାସକୁ 2000 ଟଙ୍କା ଦେବାର ପ୍ରାବଧାନ କରାଯିବା ସହିତ ବାର୍ଦ୍ଧକ୍ୟ ଭତ୍ତା ପାଇବାର ବୟସ ସୀମା 55 ବର୍ଷ ରଖାଯାଉ  
-         ସରକାରୀ କର୍ମଚାରୀଙ୍କ ପେନସନ କ୍ଷେତ୍ରରେ ପ୍ରତି 6 ମାସରେ ସରକାର ଘୋଷଣା କରୁଥିବା ମହଙ୍ଗା ଭତ୍ତା ଭଳି ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ଭତ୍ତାକୁ ମୁଦ୍ରାସ୍ଫୀତି ଅନୁସାରେ ବୃଦ୍ଧି କରାଯାଉ
-         ସ୍ୱାସ୍ଥ୍ୟ ବିଭାଗର ଘରୋଇକରଣକୁ ବନ୍ଦ କରାଯାଉ ଓ ଅବହେଳିତ ବର୍ଗ ଯେପରି ସ୍ୱାସ୍ଥ୍ୟ ସୁବିଧା ପାଇବେ ସେ ଦିଗରେ ଧ୍ୟାନ ଦିଆଯାଉ
-         ସମାଜର ବିଭିନ୍ନ କାରଣ ହେତୁ ଅବହେଳିତ ହେଉଥିବା ମହିଳା, ଏକୁଟିଆ ଥିବା ମହିଳା ଓ କିନ୍ନର ମାନଙ୍କୁ ଏହି  ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଉ
ଗୋଲକ ବିହାରୀ ନାଥ                                                                     ଦେବ ରଞ୍ଜନ
ସଭାପତି                                                                                     ସାଧାରଣ ସମ୍ପାଦକ  

Comments

Popular posts from this blog

ପ୍ରାପ୍ତେଷୁ                                                                                                  ତାରିଖ : 27/06/18 ନବୀନ ପଟ୍ଟନାୟକ , ମୁଖ୍ୟମନ୍ତ୍ରୀ , ସଚୀବାଳୟ , ଭୁବନେଶ୍ୱର ପ୍ରେରକ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ , ଓଡିଶା ବିଷୟ : ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା , ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ମାସକୁ 300 ଟଙ୍କା ବଦଳରେ 2000 ଟଙ୍କା କରିବା ନିମନ୍ତେ ମହାଶୟ ; ଆମ୍ଭେମାନେ ଆପଣଙ୍କୁ ସୂଚୀତ କରୁଛୁ ଯେ ଗଲା 2008 ରୁ 2018 ମସିହା , ଏହି ଦଶ ବର୍ଷ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା , ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତ...

In the matter of Sedition

  Bhubaneswar Dated: 13 April 2019 Before The Law Commission of India In the matter of Sedition               The law commission of India has circulated a consultation paper on “Sedition” on 30 th August 2017, which is available in the Public domain.             In view of such, Ganatantrik Adhikar Suraksha Sangathan, Odisha (GASS) has the view that abolition of such undesirable section is the answer to all questions. The Commission has put ten questions before the public to answer. We are here giving on Q/A mode.                We, all members of GASS, strongly believe that it is the responsibility of elected people to protect spirit of the constitution likewise it is the rights of rest of individuals to criticize the government if it is vitiated. So, for a country like India Section 124 A is unwarranted. ...
Press Release Date : 12 th Feb 2018 Slow pace of decline of IMR in Odisha deplorable Ganatantirk adhikar suraksha sangathan, Odisha deplores the unending inefficiency of the public health care system of the government of Odisha in controlling child deaths at various stages. In 1980s, Infant Mortality Rate (IMR) of the State was far ahead of national situation and this was continued in 1990s, in 2001s and was same in 2016. As per the report of Registrar General and Census Commission of India published on 11 th February 2018 IMR of Odisha is 44 per thousand live births which is higher than the national situation that is, 34 per thousand live births. It depicts gradual depletion of socio-economic situation of poor families. Child deaths in Nagada village of Jajpur and JE related deaths in Malkangiri are few instances of it. The organisation demands a responsible answer from the government on higher rate of Infant deaths.          ...