Skip to main content

ପ୍ରାପ୍ତେଷୁ                                                                                                 ତାରିଖ : 27/06/18
ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ,
ସଚୀବାଳୟ, ଭୁବନେଶ୍ୱର

ପ୍ରେରକ
ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା

ବିଷୟ : ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ମାସକୁ 300 ଟଙ୍କା ବଦଳରେ 2000 ଟଙ୍କା କରିବା ନିମନ୍ତେ

ମହାଶୟ;
ଆମ୍ଭେମାନେ ଆପଣଙ୍କୁ ସୂଚୀତ କରୁଛୁ ଯେ ଗଲା 2008 ରୁ 2018 ମସିହା, ଏହି ଦଶ ବର୍ଷ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ମାସକୁ 300 ଟଙ୍କାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁଏହି ଦଶ ବର୍ଷ ମଧ୍ୟରେ ବିଧାନସଭା ସଦସ୍ୟଙ୍କ ମାସିକ ଦରମା ପାଞ୍ଚଗୁଣା ବୃଦ୍ଧି ଘଟି ସାରିଲାଣି ଷଷ୍ଠ ଓ ସପ୍ତମ ବେତନ କମିଶନ ଲାଗୁ ହେବା ଫଳରେ ସରକାରୀ ଅଫିସରଙ୍କ ଦରମା ଅନ୍ୟୁନ ଚାରିଗୁଣା ବୃଦ୍ଧି ଘଟି ସାରିଲାଣି 2008 ମସିହା ଠାରୁ ଦରଦାମ ବୃଦ୍ଧି ଘଟି ଶହେ ଟଙ୍କାର ଜିନିଷଟି ଅନ୍ୟୁନ 180 ଟଙ୍କାରେ ପହଞ୍ଚିଲାଣିଅଥଚ ଆମର ଭତ୍ତା ମାସକୁ ସେହି 300 ଟଙ୍କା ମଧ୍ୟରେ ସୀମିତ ରହିଯାଇଛି ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦୟତା ଆମକୁ କଷ୍ଟ ଦେଉଛି
          ହିତାଧିକାରୀଙ୍କ ଭିତରେ ଅନେକ ନିର୍ମାଣ ଶ୍ରମିକ, କୃଷି ଶ୍ରମିକ, ଗ୍ରାମ୍ୟ କଳାକାର, କ୍ଷୁଦ୍ର ଚାଷୀ, ଖଣି ଶ୍ରମିକ, କ୍ଷୁଦ୍ର ଦୋକାନୀ, ଛୋଟ ବ୍ୟବସାୟୀ ଓ ବୁଣାକାର ଅଛନ୍ତି ଯେଉଁମାନେ ଏହି ସମାଜର ଉନ୍ନତି ଲାଗି ନିଜର ଯୁବ ସମୟ ଦେଇଛନ୍ତିଅର୍ଥନୀତିରେ ପେନସନର ସୁବିଧା ରହିଲା କାରଣ ଜଣେ ବ୍ୟକ୍ତି ରାଷ୍ଟ୍ର ନିର୍ମାଣରେ ନିଜର ଯୁବା ସମୟ ସଂପୂର୍ଣ୍ଣ ଭାବରେ ଦେଲା ପରେ ତାହାର ବାର୍ଦ୍ଧକ୍ୟ ସମୟରେ ତାହାର ପ୍ରତିପୋଷଣ ଦାୟିତ୍ଵ ସରକାରଙ୍କରସେଥିପାଇଁ  ସମ୍ବିଧାନର ଧାରା 47ରେ ପ୍ରାବଧାନ ରହିଲା ଯେ ପ୍ରତ୍ୟେକ ନାଗରିକ ଯେ ଭଳି ପୁଷ୍ଟିକର ଖାଦ୍ୟ ପାଇପାରିବେ, ଜୀବନର ମାନରେ ବୃଦ୍ଧି ଘଟିବା ସହିତ ସ୍ୱାସ୍ଥ୍ୟର ବିକାଶ ଯେପରି ଘଟିବ ସେଥିଲାଗି ସରକାର ପ୍ରାଥମିକତା ଦେବେମାତ୍ର ଆପଣଙ୍କ ସରକାର ସମ୍ବିଧାନ ଦେଇଥିବା ଦାୟିତ୍ଵ ଠିକରେ ପାଳନ କରୁ ନାହିଁ ଯେଉଁଠି ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗନାରେ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ମାସିକ 1000 ଟଙ୍କା ଓ ଭିନ୍ନକ୍ଷମ ଭତ୍ତା 1500 ଟଙ୍କା, ପଶ୍ଚିମ ବଙ୍ଗରେ ସମସ୍ତ ଭତ୍ତା ମାସିକ 750 ଟଙ୍କା, ହରିୟାନାରେ ମାସିକ 1200 ଟଙ୍କା, କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ 1000 ଟଙ୍କା, ଦିଲ୍ଲୀରେ ଏହା ମାସକୁ 2000 ଟଙ୍କା ଇତ୍ୟାଦି ଥିଲା ବେଳେ ଓଡିଶାରେ ଏହା 300 ଟଙ୍କା ମଧ୍ୟରେ ସୀମିତ ରହିଛି
                            
ଆମ୍ଭେମାନେ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରୁଛୁ କି ;

1 1)    ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ଭଳି ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଅନୁନ୍ୟ ମାସକୁ 2000 ଟଙ୍କା ଦେବାର ପ୍ରାବଧାନ କରାଯିବା ସହିତ ବାର୍ଦ୍ଧକ୍ୟ ଭତ୍ତା ପାଇବାର ବୟସ ସୀମା 55 ବର୍ଷ ରଖାଯାଉ 
2 2)    ସରକାରୀ କର୍ମଚାରୀଙ୍କ ପେନସନ କ୍ଷେତ୍ରରେ ପ୍ରତି 6 ମାସରେ ସରକାର ଘୋଷଣା କରୁଥିବା ମହଙ୍ଗା ଭତ୍ତା ଭଳି ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ଭତ୍ତାକୁ ମୁଦ୍ରାସ୍ଫୀତି ଅନୁସାରେ ବୃଦ୍ଧି କରାଯାଉ

3) ସ୍ୱାସ୍ଥ୍ୟ ବିଭାଗର ଘରୋଇକରଣକୁ ବନ୍ଦ କରାଯାଉ ଓ ଅବହେଳିତ ବର୍ଗ ଯେପରି ସ୍ୱାସ୍ଥ୍ୟ ସୁବିଧା ପାଇବେ ସେ ଦିଗରେ ଧ୍ୟାନ ଦିଆଯାଉ
4) ସମାଜର ବିଭିନ୍ନ କାରଣ ହେତୁ ଅବହେଳିତ ହେଉଥିବା ମହିଳା, ଏକୁଟିଆ ଥିବା ମହିଳା ଓ କିନ୍ନର ମାନଙ୍କୁ ଏହି  ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଉ,

ଇତି,
ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ସମସ୍ତ ସଦସ୍ୟ




           


Comments

Popular posts from this blog

In the matter of Sedition

  Bhubaneswar Dated: 13 April 2019 Before The Law Commission of India In the matter of Sedition               The law commission of India has circulated a consultation paper on “Sedition” on 30 th August 2017, which is available in the Public domain.             In view of such, Ganatantrik Adhikar Suraksha Sangathan, Odisha (GASS) has the view that abolition of such undesirable section is the answer to all questions. The Commission has put ten questions before the public to answer. We are here giving on Q/A mode.                We, all members of GASS, strongly believe that it is the responsibility of elected people to protect spirit of the constitution likewise it is the rights of rest of individuals to criticize the government if it is vitiated. So, for a country like India Section 124 A is unwarranted. ...
Press Release Date : 12 th Feb 2018 Slow pace of decline of IMR in Odisha deplorable Ganatantirk adhikar suraksha sangathan, Odisha deplores the unending inefficiency of the public health care system of the government of Odisha in controlling child deaths at various stages. In 1980s, Infant Mortality Rate (IMR) of the State was far ahead of national situation and this was continued in 1990s, in 2001s and was same in 2016. As per the report of Registrar General and Census Commission of India published on 11 th February 2018 IMR of Odisha is 44 per thousand live births which is higher than the national situation that is, 34 per thousand live births. It depicts gradual depletion of socio-economic situation of poor families. Child deaths in Nagada village of Jajpur and JE related deaths in Malkangiri are few instances of it. The organisation demands a responsible answer from the government on higher rate of Infant deaths.          ...