ତ୍ରିପୁରାରେ ଲେନିନଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ଓ ତାମିଲନାଡୁରେ ପେରିୟାରଙ୍କ
ପ୍ରତିମୂର୍ତ୍ତିକୁ ବିକୃତ କରିବା କାର୍ଯ୍ୟକୁ ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ’, ଓଡିଶା ଦୃଢ
ଭାବରେ ନିନ୍ଦା କରୁଛି । ଉଭୟ ଲେନିନ ଓ ପେରିୟାର କେବଳ ଜଣେ ଜଣେ ବ୍ୟକ୍ତି ନୁହନ୍ତି ବରଂ ଏକ
ଏକ ବିଚାର । ଭାରତ
ଭଳି ଏକ ଗଣତାନ୍ତ୍ରିକ ଦେଶ ନିଜ ଗଣତାନ୍ତ୍ରିକ ବିଚାରକୁ ବଜାୟ ରଖିବାକୁ ହେଲେ ଲେନିନ ଓ
ପେରିୟାରଙ୍କ ବିଚାରର ପ୍ରାସଙ୍ଗିକତାକୁ ଉପଲବ୍ଧି କରିବା ଆବଶ୍ୟକ । ଅଥଚ ଏଠାରେ ଏକ ନିର୍ଦ୍ଦିଷ୍ଟ ରୁଢିବାଦୀ ସାମ୍ପ୍ରଦାୟିକ ଗୋଷ୍ଠୀ ନିଜର
ବିଚାରକୁ ସମଗ୍ର ସମାଜ ଉପରେ ଲଦି ଦେବା ପାଇଁ ଯେଉଁ ଭଳି ଅନ୍ୟ ବିଚାର ଓ ଏହାର
ପ୍ରତିଷ୍ଠାତାମାନଙ୍କୁ ଆକ୍ରମଣ କରିଚାଲିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଏଭଳି ଉଦ୍ୟମ ଆମକୁ ଏକ ରୂଢିବାଦୀ ସମାଜ ଆଡକୁ ନେଇଯିବ ଯାହା ଅତ୍ୟନ୍ତ
ଆଗ୍ରହଣୀୟ । ଭାରତରେ
ଅନ୍ଧ ବିଶ୍ଵାସ ଓ ଗୁଣି ଗାରେଡି,
ଜାତିଗତ ହିଂସା ଓ ମେହେନ୍ତର ବ୍ୟବସ୍ଥାର ଲୋପ ପାଇଁ ପେରିୟାରଙ୍କ ସମାଜ ସଂସ୍କାର ବିଚାର ଏକାନ୍ତ
ଆବଶ୍ୟକ । ସେହିପରି
ଶ୍ରମିକ ଶ୍ରେଣୀ ଉପରେ ପୁଞ୍ଜିବାଦୀ ଶକ୍ତିର ଶୋଷଣର ବିରାମ ଘଟିନଥିଲା ବେଳେ ଲେନିନବାଦ ଏକ
ବିଚାର ଭାବରେ ଶ୍ରମିକ ଶ୍ରେଣୀର ମୁକ୍ତିର ରାସ୍ତାକୁ ଉଜ୍ଜୀବିତ ରଖୁଛି । ଯେଉଁମାନେ ପେରିୟାର ଓ ଲେନିନଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ପାଇଁ
ଉଦ୍ୟମ କରୁଛନ୍ତି ସେମାନେ ଯେ ଅତ୍ୟନ୍ତ ଭାବରେ ଅନ୍ଧବିଶ୍ଵାସୀ, ଧର୍ମାନ୍ଧ, ଅସହିଷ୍ଣୁ ଓ
ଶ୍ରମିକ ଦଳିତ ଶ୍ରେଣୀର ଶତ୍ରୁ ଏଥିରେ କୌଣସି ସନ୍ଦେହ ନାହିଁ । ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ସମସ୍ତ ବିଚାରର ମହତ୍ଵ ରହିଛି ଓ
ଜନସାଧାରଣଙ୍କ ଅଧିକାର ରହିଛି ସେମାନେ କେଉଁ ବିଚାରକୁ ଗ୍ରହଣ କରିବେ ଓ କାହାକୁ ପ୍ରତ୍ୟାଖ୍ୟାନ
କରିବେ ।
ଏଣୁ ଆଜି ସଂଗଠନ ଦାବୀ କରେ କି ତ୍ରିପୁରା
ଓ ତାମିଲନାଡୁର ନିର୍ବାଚିତ ସରକାର ଏଭଳି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଗିରଫ କରି
ଦଣ୍ଡିତ କରନ୍ତୁ ଓ ଉଭୟ ରାଜ୍ୟର ଜନସାଧାରଣ ଯେଉଁ ବିଶ୍ଵାସରେ ସେମାନଙ୍କୁ ନିର୍ବାଚିତ କରିଛନ୍ତି
ତାହାକୁ ଧ୍ୟାନରେ ରଖି ଲୋକଙ୍କ ଉପକାର ହେଲା ଭଳି କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ ।
ଡକ୍ଟର ଗୋଲକ ବିହାରୀ ନାଥ
ସଭାପତି
ଦେବ ରଞ୍ଜନ
ସାଧାରଣ ସମ୍ପାଦକ
Comments
Post a Comment