ପ୍ରେସ ବିଜ୍ଞପ୍ତି
ତାରିଖ : ଫେବୃଆରୀ 12, 2018
‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା’ ରାଜ୍ୟ ସରକାରଙ୍କ ଶିଶୁମୃତ୍ୟୁ ହାର କମାଇବାରେ ସରକାରୀ ଅପାରଗତାକୁ ଘୋର ନିନ୍ଦା କରୁଛି ।
ଏପରିକି ଜାତୀୟ ହାର ଠାରୁ ରାଜ୍ୟରେ ଶିଶୁ ମୃତ୍ୟୁ ହାର 1980 ମସିହାରେ ଯେଉଁ ପରି ଅଧିକ ଥିଲା, 1990ରେ, 2001ରେ ଓ 2017 ମସିହାରେ ମଧ୍ୟ ତାହା ଅଧିକ ରହିବା, ଏହା ଆମ ସମାଜର କ୍ରମାଗତ ଭାବରେ ବଢୁଥିବା ଆର୍ଥିକ ଓ ସାମାଜିକ
ବିଷମତାର ସୂଚନା । ଏହାର କାରଣ ସରକାର ଜନସାଧାରଣଙ୍କୁ ଦେବା ଲାଗି ସଂଗଠନ ଦାବୀ କରୁଛି ।
ଆଜିର ଶିଶୁ କାଲିର ଭବିଷ୍ୟତ । ସେହି ମୃତ
ଶିଶୁଟି ହୁଏତ ଉତ୍ତମ ପରିବେଶ ପାଇଥିଲେ ଏକ ଡାକ୍ତର, ଶିକ୍ଷକ, ଭଲ ଚାଷୀ ବା ନିଜ ଗୋଷ୍ଠୀର ଏକ ଦାୟିତ୍ଵବାନ ମଣିଷଟିଏ ହୋଇଥାନ୍ତା । ଏକ ଗଣତାନ୍ତ୍ରିକ
ଦେଶ ପାଇଁ ଏକ ଉତ୍ତମ ସମାଜ ଗଠନ ଯେମିତି ମୁଖ୍ୟ ସେମିତି ଉତ୍ତମ ସମାଜ ପାଇଁ ପ୍ରତ୍ୟେକ ଶିଶୁର
ଜୀବନ ସେମିତି ଜରୁରୀ । ଅଥଚ ଭାରତ ସରକାରଙ୍କ
ରେଜିଷ୍ଟାର ଜେନେରାଲ ଓ ଜନଗଣନା କମିଶନଙ୍କ ତଥ୍ୟ ଅନୁସାରେ କେବଳ 2016 ମସିହାର ଜନ୍ମର 28 ଦିନ
ମଧ୍ୟରେ 26 ହଜାର ଶିଶୁ ମୃତ୍ୟୁ ବରଣ କରିଛନ୍ତି । ଯେଉଁଠି ପ୍ରତ୍ୟେକ ଶିଶୁର ମୃତ୍ୟୁ ଦେଶ ଓ
ସମାଜ ପାଇଁ ମୁଲ୍ୟବାନ ସେତେବେଳେ ସେହି 26,000 ଶିଶୁଙ୍କ ପିତାମାତାଙ୍କୁ ଏ ସରକାର କ’ଣ ଉତ୍ତର ଦେବେ ?
2001 ମସିହାରେ ଯେତେବେଳେ ଜାତୀୟ ସ୍ତରର ଶିଶୁ
ମୃତ୍ୟୁହାର ପ୍ରତି ହଜାର ଶିଶୁରେ 66 ଥିଲା ସେତେବେଳେ ରାଜ୍ୟରେ ତାହା 91 ଥିଲା । ରାଜ୍ୟ
ସରକାରଙ୍କ ଶିଶୁ ମୃତ୍ୟୁ ହାର ମିଶନ, ମାତୃ ମିଶନ ପରି ଯୋଜନା ମଧ୍ୟ ବିଶ୍ଵବ୍ୟାଙ୍କର ପ୍ରତ୍ୟକ୍ଷ ତତ୍ବାବଧାନରେ ଆରମ୍ଭ କରିଥିଲେ
। ସେତେବେଳେ ଲକ୍ଷ୍ୟ ଥିଲା 2010 ମସିହା ସୁଦ୍ଧା ଏହା 45କୁ ଖସିବା । ଦୁଃଖର କଥା ଯେ ଏହା ସତ୍ବେ 2016ରେ ଏହି ହାର 44ରେ ପହଞ୍ଚିଛି ଯାହାକି ଜାତୀୟ ସ୍ତର (34)
ଠାରୁ ଯଥେଷ୍ଟ ଅଧିକ । ରାଜ୍ୟରେ 38% ଶିଶୁ କମ ଓଜନ ହେତୁ ମରିଥାନ୍ତି ଯାହାର କାରଣ ମାତୃ
ପୁଷ୍ଟିହୀନତାର। ମାତୃ ପୁଷ୍ଟିହୀନତା ରାଜ୍ୟର ଗରିବୀର ଦୃଷ୍ଟାନ୍ତ ।
ଗୋଟେପଟେ, ଆମ ଅର୍ଥନୀତିରେ କୋଟିପତି ମନ୍ତ୍ରୀ, ଏମଏଲଏ, ସଚୀବ ତିଆରି ହେଉଥିଲା ବେଳେ ଅନ୍ୟପଟରେ ଆମ ଅର୍ଥନୀତିରେ ମାତୃ ପୁଷ୍ଟିହୀନତା ମଧ୍ୟ
ବଢିବାରେ ଲାଗିଛି । ଏହା ଆମ ଅର୍ଥନୀତିର
ଅସମାନତା । ତେଣୁ ଆଜିର ଶାସକ, ପ୍ରଶାସକ, ନେତା ଯେଉଁଭଳି ଏକ ସମ୍ବେଦନହୀନ, ଉତ୍ତରଦାୟିତ୍ଵହୀନ ପରମ୍ପରାକୁ
ଆପଣାଉଛନ୍ତି ତାହା ଗଣତନ୍ତ୍ରର ଏକ ରୋଗ । ଏଭଳି ରୋଗର ଉପଶମ ଜରୁରୀ । ରାଜ୍ୟର ଜନସାଧାରଣ ଓ
ସଚେତିତ ନାଗରିକଙ୍କୁ ଅନୁରୋଧ ସେମାନେ ସରକାରଙ୍କ ଉପରେ ମିଳିତ ଚାପ ସୃଷ୍ଟି କରନ୍ତୁ ଯାହା
ଦ୍ଵାରା ଆମର ଗଣତନ୍ତ୍ର ଏପରି ବ୍ୟାଧିରୂ ମୁକ୍ତ ହୋଇପାରିବ ।
ଦେବ ରଞ୍ଜନ
ସାଧାରଣ ସମ୍ପାଦକ ଯୋଗାଯୋଗ
: 9437762272
Comments
Post a Comment