ପ୍ରେସ ବିଜ୍ଞପ୍ତି
ତାରିଖ : ଫେବୃଆରୀ 10, 2018
‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ’ର ସମ୍ପ୍ରସାରିତ କାର୍ଯ୍ୟକାରୀ କମିଟି ମିଟିଂର ନିଷ୍ପତ୍ତି
‘ଗଣତାନ୍ତ୍ରିକ
ଅଧିକାର ସୁରକ୍ଷା ସଂଗଠନ, ଓଡିଶା’ ଦାବୀ କରେ କି ସମ୍ବିଧାନ ପ୍ରଦତ୍ତ ସାଧାରଣ ଲୋକର ସମସ୍ତ ଅଧିକାରକୁ ସରକାର
ସମ୍ମାନ ଜଣାଇବା ସହିତ ଓଡିଶାରେ ଅର୍ଦ୍ଧସାମରିକ ବାହିନୀକୁ ପ୍ରତ୍ୟାହାର ସାଙ୍ଗକୁ ଆଇନ
ଶ୍ରୁଙ୍ଖଳା ପରିସ୍ଥିତି ପାଇଁ ସ୍ଥାନୀୟ ପୁଲିସ ଉପରେ ଭରସା ସ୍ଥାପନ କରାଯାଉ ଓ ଯେଉଁଭଳି
ବିଚାରାଧୀନ କଏଦୀଙ୍କ ସଂଖ୍ୟା ବଢିବାରେ ଲାଗିଛି ସେଥିପାଇଁ ବର୍ଷକରୁ ଅଧିକ କାଳ ବିଚାରାଧୀନ
କଏଦୀ ଭାବରେ ବିତାଇ ଥିବା ସମସ୍ତ ‘ଅପରାଧୀ’ଙ୍କୁ ମୁକ୍ତ କରାଯାଉ ଓ ସମସ୍ତ ସ୍ତରର କୋର୍ଟର ବିଚାର ପ୍ରକ୍ରିୟାକୁ
ଏକ ବର୍ଷ ମଧ୍ୟରେ ସମାପ୍ତ କରାଯାଇ ଦୋଷୀ ଅପରାଧୀକୁ ଦଣ୍ଡିତ କରାଯାଉ ଓ ନିର୍ଦ୍ଦୋଷିକୁ ମୁକ୍ତ
କରାଯାଉ । ଗଲା ଫେବୃଆରୀ 10, 2018 ଦିନ ଭୁବନେଶ୍ଵର ସ୍ଥିତ ନେହେରୁ ଯୁବ ପ୍ରତିଷ୍ଠାନ ଠାରେ ‘ଗଣତାନ୍ତ୍ରିକ
ଅଧିକାର ସୁରକ୍ଷା ସଂଗଠନ’ର ସମ୍ପ୍ରସାରିତ କାର୍ଯ୍ୟକାରୀ ମିଟିଂ ଅନୁଷ୍ଠିତ ଅବସରରେ ସରକାରଙ୍କ
ଉପରେ ଏ ଦିଗରେ ଚାପ ପ୍ରୟୋଗ ଲାଗି ନିଷ୍ପତ୍ତି ନିଆଯାଇଛି । ଡାକ୍ତର ଫକିର ହୋତାଙ୍କ ସଭାପତିତ୍ଵରେ ଅନୁଷ୍ଠିର
ସଭାରେ ସଂଗଠନର ଆଠଟି ଜିଲ୍ଲାର ପ୍ରତିନିଧି ଯୋଗ ଦେଇଥିଲେ ।
ସାଧାରଣ ସମ୍ପାଦକ ଦେବ ରଞ୍ଜନଙ୍କ ଦ୍ଵାରା ଗଲା ବର୍ଷକର ବିବରଣୀ ପାଠ ଉପରେ
ଆଲୋଚନା ହୋଇ ସ୍ଥିରୀକୃତ ହେଲା ଯେ ରାଜ୍ୟର ଯୁବ ବର୍ଗଙ୍କ ଭିତରେ ବଢୁଥିବା ବେରୋଜଗାରୀ ସମସ୍ୟାର
ସମାଧାନ କିପରି ହୋଇପାରିବ ଓ ରାଜ୍ୟ କିପରି ସାମ୍ପ୍ରଦାୟିକ ଶକ୍ତିର ବିଭାଜନକାରୀ ଚାଲବାଜୀରୁ
ମୁକ୍ତ ରହିବ ସେଦିଗରେ ସଂଗଠନ କାମ କରିବ । ଏଥିରେ ନିଆଯାଇଥିବା ଅନ୍ୟ କେତେକ ନିଷ୍ପତ୍ତି କ୍ରମେ
ସଂଗଠନ ଦାବୀ କରେ କି
,
1) ରାଜ୍ୟ ସରକାର ଅର୍ଦ୍ଧସାମରିକ ବଳ ପାଇଁ
ଉଦ୍ଦିଷ୍ଟ ବଜେଟକୁ ସାଧାରଣ ଲୋକଙ୍କ ଜମିରେ ଜଳସେଚନ, ଶୀତଳ ଭଣ୍ଡାର
ସ୍ଥାପନ, କୋପରେଟିଭ ସୋସାଇଟି ସ୍ଥାପନ, ଉନ୍ନତ ଚିକିସ୍ଛା ଓ
ଶିକ୍ଷା ଲାଗି ଭିତ୍ତିଭୂମୀ ସ୍ଥାପନ ଇତ୍ୟାଦି ଦିଗରେ ଖର୍ଚ୍ଚ କରନ୍ତୁ ।
2) ଅଧିକାଂଶ କ୍ଷେତ୍ରରେ ଆଦିବାସୀ ଓ ଦଳିତ
ବର୍ଗର ଲୋକେ ହାଜତ ମୃତ୍ୟୁ ଭଳି ପୁଲିସର ଏହି ଅଘୋଷିତ ଦମନର ଶିକାର ହେଉଛନ୍ତି । ଏ କ୍ଷେତ୍ରରେ ପୁଲିସ ଅଧିକାରୀଙ୍କୁ
ତୁରନ୍ତ ନିଲମ୍ବନ କରାଯାଉ ଓ ଫାଷ୍ଟ ଟ୍ରାକ କୋର୍ଟରେ ଏହାର ବିଚାର କରାଯାଉ ।
3) ଆଦିବାସୀ, ଦଳିତ, ଚାଷୀ, ଶ୍ରମିକ ଓ ନିଜ
ଅଧିକାରର ସୁରକ୍ଷାର ଆନ୍ଦୋଳନରେ ସମ୍ପୃକ୍ତ କର୍ମୀଙ୍କୁ ରାଜନୈତିକ କର୍ମୀର ମାନ୍ୟତା ଦିଆଯିବା ଓ
ରାଜନୈତିକ ବନ୍ଦୀଙ୍କ ବିଚାର ତ୍ଵରିତ ହେବା ତଥା ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ସରକାର ତାହାର କ୍ଷତିପୂରଣ
ଓ ପେନସନ ବ୍ୟବସ୍ଥା ପାଇଁ ଏକ ନୂତନ ଆଇନ ସରକାର ଆଣିବାକୁ ସଂଗଠନ ଦାବୀ କରିବ ।
4) କେନ୍ଦ୍ର ସରକାର ଆଇପିସିର ଧାରା 124 – (କ) ବା ଦେଶଦ୍ରୋହ ଆଇନକୁ
ଉଚ୍ଛେଦ କରନ୍ତୁ ।
5) ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାରକୁ
ସମ୍ମାନ ଜଣାଇ ଓ ଜନସାଧାରଣଙ୍କ ଦୀର୍ଘ ଆନ୍ଦୋଳନ ହେତୁ କେତେକ ଲୋକାଭିମୁଖୀ ଆଇନ ସଂସଦରେ ପାସ
ହୋଇପାରିଛି ଯଥା ଜଙ୍ଗଲ ଅଧିକାର ଆଇନ, 2008; ତଥ୍ୟ ଜାଣିବାର ଅଧିକାର, ଏସସି ଆଣ୍ଡ ଏସଟି
(ପ୍ରିଭେନସନ ଅଫ ଆଟ୍ରୋସିଟି) ଆକ୍ଟ, 1989 ଇତ୍ୟାଦିକୁ ଲାଗୁ କରାଯାଉ ଓ ଶ୍ରମ ଆଇନର ପ୍ରସ୍ତାବିତ
ସଂଶୋଧନକୁ ବନ୍ଦ କରାଯାଉ ।
6) ସମସ୍ତ ଏନକାଉଣ୍ଟର କ୍ଷେତ୍ରରେ ସୁପ୍ରିମକୋର୍ଟର ଆରଏମ ଲୋଧା ଓ ରୋହିନଟନ
ନାରୀମ୍ୟାନଙ୍କ ବେଞ୍ଚ ଦେଇଥିବା ନିର୍ଦ୍ଦେଶାବଳିକୁ
ଲାଗୁ କରାଯାଉ।
ଏହି ଆଲୋଚନାରେ ପ୍ରଫେସର
ବିରେନ୍ଦ୍ର ନାୟକ, ଆଡଭୋକେଟ ଏନ. ଅହମ୍ମଦ, ଜ୍ଞାନରଞ୍ଜନ, କାର୍ତ୍ତିକ ସାହୁ ଓ ପଂଚାନନ ପରିଡାଙ୍କ
ସମେତ ଦେବୀ ପ୍ରସନ୍ନ, ସୁରେନ୍ଦ୍ର, ବିଦେଶୀ, ସୁନାକର ବଳ, ନୀହାର ଦାଶ, ପ୍ରତାପ ଚିନାରା, ବିଜୟ ସାହୁ ଇତ୍ୟାଦି ଯୋଗଦେଇଥିଲେ ।
ଶେଷରେ ଆବାହାକ ବ୍ରଜେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Comments
Post a Comment